Site icon ଆଜିକାଲି

ଓକିଲ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି 

ସମ୍ବଲପୁର : ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ। ସେପଟେ ଓକିଲମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। କିଛି ଓକିଲଙ୍କୁ ଗିରଫ କରାଯିବା ସହିତ ଆଉ କେତେକ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯିବା ପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ନରମ ମନୋଭାବ ପୋଷଣ କରି ଆନ୍ଦୋଳନ ସ୍ଥଗିତ ରଖାଯାଇଛି ବୋଲି କହିଛି ।

ସୂଚନା ଯେ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ଆଶାବାଦୀ ଅଛି। ଏନେଇ କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟ ଉପରେ ଭରସା ରହିଥିବା ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ କହିଛନ୍ତି। କୋର୍ଟରେ ଗଣ୍ଡଗୋଳକୁ ନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ମୋଟ ୪୩ ଜଣ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଛି। ୧୮ ମାସ ପର୍ଯ୍ୟନ୍ତ ଏମାନେ ଓକିଲାତି କରିପାରିବେ ନାହିଁ। ୧୬ ଜଣ ଓକିଲଙ୍କୁ ଗିରଫ ମଧ୍ୟ କରିଛି ପୋଲିସ। ସେମାନେ ଏବେ ହାଜତରେ ଅଛନ୍ତି।

Exit mobile version