Site icon ଆଜିକାଲି

ଆଜି ହାଇକୋର୍ଟର ଅବକାଶକାଳୀନ ପୀଠରେ ଜରୁରୀକାଳୀନ ମାମଲାର ଶୁଣାଣି

କଟକ : ଆଜି ଓଡ଼ିଶା ହାଇକୋର୍ଟରେ ଅବକାଶକାଳୀନ ପୀଠରେ ବିଭିନ୍ନ ଜରୁରୀକାଳୀନ ମାମଲାର ଶୁଣାଣି ହେବ। ହାଇକୋର୍ଟ ବିଚାରପତି ଡ. ବିଦ୍ୟୁତ୍‌‌ ରଞ୍ଜନ ଷଡ଼ଙ୍ଗୀ ଏସବୁ ମାମଲାର ଶୁଣାଣି କରିବେ। ତେବେ ସେପ୍ଟେମ୍ବର ୨୬ ତାରିଖ ଓ ପରେ ଫାଇଲ୍‌‌ କରାଯାଇଥିବା ମାମଲାର କେବଳ ଶୁଣାଣି ହେବ।

ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କୋର୍ଟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଡେପୁଟି ରେଜିଷ୍ଟ୍ରାର୍‌‌ଙ୍କ ନିକଟରେ କେବଳ ଜରୁରୀ ମାମଲା ଫାଇଲ କରାଯାଇପାରିବ। ଅକ୍ଟୋବର ୭ ତାରିଖ ହାଇକୋର୍ଟ କର୍ମଚାରୀଙ୍କ ନିମନ୍ତେ ମଧ୍ୟ ବାଧ୍ୟତାମୂଳକ କାର୍ଯ୍ୟ ଦିବସ ଅଟେ। ଆସନ୍ତା ୧୦ ତାରିଖରେ ହାଇକୋର୍ଟ ପୁନର୍ବାର ଖୋଲିବ।

Exit mobile version