Site icon ଆଜିକାଲି

କେନ୍ଦୁଝର ରେ ହାର୍ଟ ମେଟ ର ଶାଖା ଲୋକାର୍ପିତ

କେନ୍ଦୁଝର, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଓଡିଶା ର ଲବ୍ଧପ୍ରତିଷ୍ଠିତ ହୃଦୟଚିକିତ୍ସାଳୟ ର ଏକ ଶାଖା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି । ଜଣାଶୁଣା ହୃଦବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ଙ୍କ ଦ୍ୱାରା ସ୍ଥାପିତ ଏହି ହାର୍ଟମେଟ ରେ ଅତ୍ୟାଧୁନିକ ପ୍ରଣାଳୀ ରେ ଇଇସିପି ପଦ୍ଧତି ରେ ବିନା ଅସ୍ତ୍ରୋପଚାର ରେ ହାର୍ଟ ବ୍ଲକ ରେ ସଫଳ ଚିକିତ୍ସା ଅତି ସ୍ୱଳ୍ପ ଖର୍ଚ୍ଚ ରେ ହୋଇପାରିବ । ଯାହାକି ରାଜ୍ୟରେ ପ୍ରଥମ । ଏତଦ ବ୍ୟତୀତ ଏଠାରେ ଅତ୍ୟାଧୁନିକ ପ୍ରଣାଳୀ ରେ ଟ୍ରେଡ଼ମିଲ ଟେଷ୍ଟିଂ, ଇସିଜି, ପାଥୋଲାବ ର ସୁବିଧାମଧ୍ୟ ମିଳିବ ବୋଲି ଡାକ୍ତର ଋଷିକାନ୍ତ ପ୍ରକାଶ କରିଛନ୍ତି । ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଉମେଶ ସାହୁ, ଡାକ୍ତର ସୁରେଶ ମହାପାତ୍ର, ଡାକ୍ତର ମହେଶ ମହାନ୍ତ, ଡାକ୍ତର ମଞ୍ଜୁଲତା ମହାନ୍ତ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Exit mobile version