Site icon ଆଜିକାଲି

ଏସସିବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌

ଏମଜିଏମ ହେଲଥ କେୟାର ପ୍ରାଇଭେଟ ଲିମିଟେଡ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର

କଟକ : କଟକ ଏସସିବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌। ଏନେଇ ଚେନ୍ନାଇର ଏମଜିଏମ ହେଲଥ କେୟାର ପ୍ରାଇଭେଟ ଲିମିଟେଡ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିବା ସୂଚନା ମିଳିଛି।

ଏସସିବିରେ ସିଟିଭିଏସ୍‌‌ ବିଭାଗରେ ପ୍ରତିଷ୍ଠା ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌। ରୋଗୀଙ୍କୁ ନିଶୁକ୍ଳ ଭାବେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ୧୪ଟି ହସ୍ପିଟାଲରେ ଅଙ୍ଗ ପ୍ରତିରୋପଣ ଭଳି ସୁବିଧା ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ଏସସିବିରେ ବୃକକ, ଅସ୍ଥି ମଜ୍ଜା ଓ ଯକୃତ ପ୍ରତିରୋପଣ ସୁବିଧା ଉପଲବ୍ଧ ଥିଲା।

Exit mobile version