Site icon ଆଜିକାଲି

ମେ’ ୧୭ରୁ ପୁଣି ଫେରିବ ତାତି

ଭୁବନେଶ୍ବର – କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ବିଶେଷକରି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଯଥେଷ୍ଟ ହ୍ରାସ ପାଇଛି ତାପମାତ୍ରା। କାଳବୈଶାଖୀ ପ୍ରଭାବରେ ଆଗାମୀ ସପ୍ତାହରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତେବେ ଚଳିତମାସ ୧୭ ତାରିଖରୁ ପୁଣି ରାଜ୍ୟକୁ ତାତି ଫେରିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ। ରାଜ୍ୟରେ ଆଉ ଚାରି ପାଞ୍ଚ ଦିନ କାଳବୈଶାଖୀ ଜନିତ ଝଡ଼ବର୍ଷା ଲାଗି ରହିବ ।

Exit mobile version