Site icon ଆଜିକାଲି

ଆଜି ସୁନ୍ଦରଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷିବ, ଅରେଞ୍ଜ ସତର୍କତା ଜାରି

ଭୁବନେଶ୍ବର : ମୟୁରଭଞ୍ଜ, ବାଲେଶ୍ବର ପରେ ଏବେ ସୁନ୍ଦରଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷିବ। ସମ୍ଭାବନ୍ୟ ବର୍ଷାକୁ ଦେଖି ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ​‌ ସତର୍କ କରିଦିଆଯାଇଛି। ସେହିପରି ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ଏବଂ କଚ୍ଚା ଘର ଭାଙ୍ଗିଯାଇପାରେ। ତେବେ ସୁନ୍ଦରଗଡ ଏବଂ କେନ୍ଦୁଝର ବ୍ୟତୀତ ମୟୁରଭଞ୍ଜ , ଦେବଗଡ, ସମ୍ବଲପୁର , ବରଗଡ, ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲା ପାଇଁ ପ୍ରବଳ ବର୍ଷାକୁ ଦେଖି ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Exit mobile version