Site icon ଆଜିକାଲି

ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

କେନ୍ଦୁଝର, ଖରାଦିନିଆ ସକାଳୁ ସକାଳୁ ଅସରାଏ ବର୍ଷା ଲୋକଙ୍କୁ ପ୍ରବଳ ଗ୍ରାମରୁ ତ୍ରାହି ଦେଉଥିବାବେଳେ କେନ୍ଦୁଝର ସହର ୱାର୍ଡ ନମ୍ବର ୮ ଭାଲୁକିପାତଳାର ରାସ୍ତା ଉପରେ ଆଣ୍ଠୁଏ ପାଣି ଏଠାକାର ବାସିନ୍ଦାଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଠାକାର ନିବାସୀ ସୁରେନ୍ଦ୍ରନାଥ ମହାନ୍ତି କହିନ୍ତି ଟିକିଏ ବର୍ଷାରେ ପାଣିର ସ୍ରୋତ ହୋଇଯାଏ ଏହି କଲୋନୀ ରାସ୍ତା । ସାରଣତଃ ବର୍ଷା ହେଲେ ବର୍ଷା ପାଣିରେ ରାସ୍ତା ବୁଡି ରହୁଥିବାରୁ ଘରୁ ବାହାରିବା କଷ୍ଟ ହୋଇଥାଏ । ପିଲାମାନଙ୍କ ସ୍କୁଲ ଯିବା ତଥା ବଜାରକୁ ଯିବା ଆସିବାରେ ଭାରି କଷ୍ଟ ହେଉଛି । ମୁନିସିପାଲଟି କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଫଳ ମିଳୁଥିବା ଶ୍ରୀଯୁକ୍ତ ମହାନ୍ତି ପରକାଶ କରିଛନ୍ତି । କେନ୍ଦୁଝର ସହରରେ ବିଭିନ୍ନ ଉର୍ଣ୍ଣତିମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏମିତି କିଛି ଜାଗା ରହିଯାଉଛି , ଏଥିପ୍ରତି ପ୍ରଶାସନର ତତ୍ପରତା ଆବଶ୍ୟକତା କରୁଛି ।

Exit mobile version