Site icon ଆଜିକାଲି

ଲଗାଣ ବର୍ଷାରେ ଧସିଲା ମାଟି ଅତଡା, ଗମନାଗମନ ଠପ୍

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ରାସ୍ତାରେ ସୋମବାର ରାତିରୁ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ପଡିଛି ମାଟି ଓ ପଥର ଖଣ୍ଡ। ନାରାୟଣପାଟଣା ଓ ଦାମନଯୋଡିକୁ ସଂଯୋଗ ହୋଇଥିବା ବିଜାଘାଟି ଗାଁ ପାଖ ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନାରାୟଣପାଟଣା-ଦାମନଯୋଡି ରାସ୍ତାରେ ଚାରି ଚକିଆ ଯାନ ଯାଇପାରୁ ନଥିବା ଦେଖିବାକୁ ମିଳିଛି। ସେପଟେ ଖବର ପାଇବା ପରେ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବ୍ଲକ ପ୍ରଶାସନ ଏନେଇ ଅବଗତ କରିଛନ୍ତି। ଅଳ୍ପ କିଛି ସମୟରେ ପରେ ରାସ୍ତାରେ ପଡିଥିବା ମାଟି ଅତଡା ଗୁଡିକୁ ହଟାଯିବ ଏବଂ ଯାତାୟାତ ସ୍ଵାଭାବିକ ହେବ ବୋଲି ଜଣାପଡିଛି।

ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି। ତେବେ ଏହି ଅଞ୍ଚଳରେ ଏପରି ବାରମ୍ବାର ଭୂସ୍ଖଳନ ଓ ପାହାଡରୁ ଅତଡ଼ା ଖସୁଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Exit mobile version