Site icon ଆଜିକାଲି

ଉପରମୁଣ୍ଡରେ ପ୍ରବଳ ବର୍ଷା: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା

ସମ୍ବଲପୁର : ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ୍ ଖୋଲାଯାଇଛି । ଗତକାଲି ୩ଟି ଗେଟ ଖୋଲାଯାଇଥିଲା । ଏହାକୁ ମିଶାଇ ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ରବିବାର ଦିନ ୫ଟି ଗେଟ୍ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରର ଅଧିକ ଗେଟ୍ ଖୋଲା ଯାଉଛି ।

Exit mobile version