Site icon ଆଜିକାଲି

ପଶ୍ଚିମାଝଡ଼ ପ୍ରଭାବରେ ସକାଳୁ ସକାଳୁ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର – ପଶ୍ଚିମାଝଡ଼ ପ୍ରଭାବରେ ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିଛି । ସକାଳୁ ସକାଳୁ ୧ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ପାଣିରେ ଉବୁଟୁବୁ ହୋଇଛି ଟୁଇନ ସିଟିର ଅନେକ ଅଞ୍ଚଳ ।

ଆଜି ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି ।

Exit mobile version