Site icon ଆଜିକାଲି

ହିମା ହସ୍ପିଟାଲର ସେବିକା ସମ୍ବିତା ସାହୁ ରକ୍ତ ଦାନ କରି ମୁମୂର୍ଷ ରୋଗୀର ଜୀବନ ବଞ୍ଚାଇଲେ

କେନ୍ଦୁଝର, ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମରୁ ସୁଶାନ୍ତ କୁମାର ଖମଣିଆ ଙ୍କ ସ୍ତ୍ରୀ ପ୍ରିୟତମା ବାରିକ ଙ୍କର ଡେଲିଭରି ସମୟରେ ଅତ୍ୟଧିକ ରକ୍ତ କ୍ଷରଣ ପାଇଁ ମୁମୂର୍ଷ ଅବସ୍ଥାକୁ ଚାଲିଯାଇଥିଲେ। ତତ୍ କ୍ଷଣାତ୍ ହିମା ହସ୍ପିଟାଲରେ ସେବିକା ସମ୍ବିତା ରାଣୀ ସାହୁ ସ୍ବେଚ୍ଛାକୃତ ଭାବେ ନିକଟସ୍ଥ ରକ୍ତ ଭଣ୍ଡାର କୁ ଯାଇ ନିଜର ରକ୍ତ ଦାନ କରି ଉକ୍ତ ପ୍ରସୂତି ଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଲେ। ସମ୍ବିତା ଙ୍କର ଏଭଳି ମହନୀୟ କାମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ସମ୍ବିତା ନିଜ ପ୍ରତିକ୍ରିୟା ରେ କହିଲେ ଯେ ଆମେ ସେବାକୁ ନିଜ ଜୀବନରେ ଲକ୍ଷ କରିଥିବାରୁ ଯେ କୌଣସି ପରିସ୍ଥିତିରେ ରୋଗୀଙ୍କର ସେବା କରିବା ପାଇଁ ଯୁବ ପିଢିଙ୍କୁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ।

FacebookTwitterLinkedinWhatsapp
Exit mobile version