Site icon ଆଜିକାଲି

ସରିଲା ହେରାପଞ୍ଚମୀ ନୀତି, ଆଜି ତିନିରଥର ଦକ୍ଷିଣ ମୋଡ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ଏହି ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ବର୍ଷା ଓ ନୀତି ବିଳମ୍ବ ଯୋଗୁଁ ଭୋର୍ ୩ଟାରେ ମାଆ ମହାଲକ୍ଷ୍ମୀ ଶ୍ରୀନଅରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ । ବାଟରେ ପନ୍ତି ଭୋଗ ଲାଗି ହୋଇଥିଲା । ଅଭିମାନ କରି ରଥ ଭାଙ୍ଗିଥିଲେ ମାଆ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ମା ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୂପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ନାକଚଣା ଦ୍ୱାର ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ମାଆ ।

ମା’ ମହାଲକ୍ଷ୍ମୀଙ୍କ ରୋଷ ଖବର ମହାପ୍ରଭୁ ପାଇବା ପରେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ ।

Exit mobile version