Site icon ଆଜିକାଲି

ହାଇଓ୍ୱା-ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ ଓ ଜଣେ ଗୁରୁତର

ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ହାଇଓ୍ୱା-ସ୍କୁଟି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଶାଶୂଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇଛନ୍ତି । ଗୁରୁତର ବୋହୂଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଶାଶୂ ଓ ବୋହୂ ମିଶି ସ୍କୁଟିରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ସାମ୍ନା ପଟୁ ଏକ ହାଇଓ୍ୱା ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ସ୍କୁଟିରେ ଥିବା ଶାଶୂଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇଛନ୍ତି। ଗୁରୁତର ବୋହୂଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗାଁର ସ୍ଵର୍ଣ୍ଣଳତା ରାଉତ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ବିଞ୍ଝାରପୁର ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ଦୁର୍ଘଟଣା ଘଟାଇଥିବା ହାଇୱକୁ ଜବତ କରିବା ସହ ଚାଳକ ଅଟକ ରଖିଛି ।

Exit mobile version