Site icon ଆଜିକାଲି

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟ ନୋଟିସ୍‌

କଟକ : ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ। ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି।

ସୂଚନା ଯେ, ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ନେଇ ଅରୁଣ ସାହୁଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାମଲାକୁ ଗ୍ରହଣ କରି ଏବେ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଆସନ୍ତା ଅଗଷ୍ଟ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Exit mobile version