Site icon ଆଜିକାଲି

ଆସନ୍ତାକଲି ଠାରୁ ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ

କଟକ : ଆସନ୍ତା ୫ ତାରିଖରୁ ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ । କେବଳ ଛୁଟିଦିନକୁ ଛାଡ଼ିଦେଲେ ପ୍ରତ୍ୟେକ ଶନିବାର ସର୍ବସାଧାରଣ ଦୁଇ ସିଫ୍ଟରେ ଓଡ଼ିଶା ହାଇକୋର୍ଟ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସାଢ଼େ ୧୧ଟା ଓ ସାଢ଼େ ୧୧ରୁ ୧ଟା ପର୍ଯ୍ୟନ୍ତ ଲୋକେ ହାଇକୋର୍ଟ ପରିଦର୍ଶନ କରିବେ ।

ପ୍ରତ୍ୟେକ ସିଫ୍ଟରେ ସର୍ବାଧିକ ୪୦ଜଣ ପର୍ଯ୍ୟଟକ ରହିବେ । ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପରିଦର୍ଶନ ସମୟରେ ପର୍ଯ୍ୟଟକମାନେ ହେରିଟେଜ୍‌ କୋଠାର କୋର୍ଟ ରୁମ୍‌, ହାଇକୋର୍ଟର ନୂଆ କୋଠା ଏବଂ ହାଇକୋର୍ଟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ବୁଲିପାରିବେ । ବୁଲିବା ସମୟରେ ହାଇକୋର୍ଟର ଅଧିକାରୀମାନେ ପରିଦର୍ଶକଙ୍କୁ ବିଭିନ୍ନ ସୂଚନା ଦେବାରେ ସହଯୋଗ କରିବେ ।

Exit mobile version