Site icon ଆଜିକାଲି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ମାସେ ବୃଦ୍ଧି


ଭୁବନେଶ୍ୱର : ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି । ଏ ସଂପର୍କ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ହୋଇଛି । ବୁକିଂ ହୋଇନଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ।

Exit mobile version