Site icon ଆଜିକାଲି

କାଉଡ଼ିଆଙ୍କୁ ସେବା ଯୋଗାଇଲେ ହିନ୍ଦୁ ଜାଗୃତି ମଞ୍ଚର ସଦସ୍ୟ

କେନ୍ଦୁଝର, ଆଜି ଶ୍ରାବଣ ଦ୍ଵିତୀୟ ସୋମବାର ଉପଲକ୍ଷେ କେନ୍ଦୁଝର ସହର ନିକଟସ୍ଥ ବୋଦାପଳସାଗ୍ରାମର ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ରେ ବୋଲବମ କାଉଡ଼ିଆ ଓ ଭକ୍ତ ଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । କାଉଡ଼ିଆ ଙ୍କ ଶଙ୍ଖ ଧ୍ୱନି,ବୋଲବମ୍ ଓ ଶିବ ନାମ ହରି ନାମ କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷ ରୁ ଭକ୍ତ ଙ୍କ ପାଇଁ ବିଭିନ୍ନ ସେବା ର ବ୍ୟବସ୍ଥା କରାଯାଇଥିଲା । ଶ୍ରାବଣ ସୋମବାର ରେ ଶିବ ପାର୍ବତୀ ଙ୍କୁ ଦର୍ଶନ ଓ ଜଳ ଲାଗି କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଭକ୍ତ ଙ୍କ ଦୃଢ଼ ବିଶ୍ୱାସ ରହିଛି । ଦ୍ଵିତୀୟ ସୋମବାର ରେ ଚାରିଗୋଟି ସଂଯୋଗ ଯୋଗୁଁ ପାଣି ଢ଼ାଳିଲେ ମହା ପୁଣ୍ୟ ହୋଇ ଥାଏ ବୋଲି ବିଶ୍ୱାସ କରାଯାଏ । ଯାହାକି ସମବତୀ ଅମାବାସ୍ୟା, ହରିଆଳି ଅମାବାସ୍ୟା, ରୁଦ୍ରା ଭିଷେକ ଓ ପୁନର୍ବସୁ ନକ୍ଷତ୍ର ସଂଯୋଗ ପଡୁଥିବାରୁ ସ୍ନାନ ଓ ଦାନ କଲେ ଆଜି ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଲୋକ ଙ୍କ ବିଶ୍ୱାସ ରହିଛି l ଏହି ସେବା କାର୍ଯ୍ୟରେ ହିନ୍ଦୁ ଜାଗୃତି ମଞ୍ଚ ର ସଦସ୍ୟ ମାନେ ଉପସ୍ଥିତ ରହି କାଉଡ଼ିଆଙ୍କର ସେବା କାର୍ଯ୍ୟ କରିଥିଲେ ।

Exit mobile version