Site icon ଆଜିକାଲି

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ଡାର

ନୂଆଦିଲ୍ଲୀ : ହୀରାକୁଦ ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବାବେଳେ ଏବେ ଜଳସ୍ତର ୬୩୦ଫୁଟ ପୁରିଛି। ନିର୍ଦ୍ଧାରିତ ୧୦ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି। ବର୍ତ୍ତମାନ ହୀରାକୁଦର ସବୁ ଗେଟ ବନ୍ଦ ରହିଛି। ୫୬ହଜାର ୩୯୨କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୭ହଜାର ୩୩୪କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି। ସେଥିରୁ ପାୱାର ଚାନେଲ୍‌‌ ଦେଇ ୩୨ହଜାର ୬୭୫କ୍ୟୁସେକ ଜଳ ମହାନଦୀରେ ଛଡାଯାଉ ଥିବାବେଳେ ଶିଳ୍ପାନୁଷ୍ଠାନ ଗୁଡିକ ୨୭୩କ୍ୟୁସେକ ଜଳ ଟାଣୁଛନ୍ତି। ଜଳସେଚନ ପାଇଁ ବିଭିନ୍ନ କେନାଲ ଦେଇ ୪ହଜାର ୩୮୬ କ୍ୟୁସେକ ଜଳ ଛଡାଯାଇଛି।

Exit mobile version