Site icon ଆଜିକାଲି

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ : ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି । କରୋନା ଯୋଗୁଁ ଦୁଇବର୍ଷ ଆୟୋଜିତ ହୋଇ ନଥିଲା ବାଲିଯାତ୍ରା । ଏଥର ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା । ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ ହେବ । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ । ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, ‘କଟକ ଇନ କଟକ’ ପାଭେଲିୟନ ପରିକଳ୍ପନା କରାଯାଇଛି ।

ଚଳିତବର୍ଷ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିବେ । ଭିଡ ନିୟନ୍ତ୍ରଣ କରିବା ନେଇ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବେ ତାହା ଉପରେ ପୋଲିସ ବିଶେଷ ଧ୍ୟାନ ଦେବ । ଚଳିତବର୍ଷ ନୂଆ କରି ୪ଟି ପୋଲିସ ସପୋର୍ଟ ପୋଷ୍ଟ ଖୋଲାଯିବ, ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ଅନସ୍ପଟ ଏକ ଫର୍ମ ଯୋଗେ ଏତଲା ଦେଇ ହେବ ।

Exit mobile version