Site icon ଆଜିକାଲି

ଭୁବନେଶ୍ବରରେ ପହଞ୍ଚିଲା ଐତିହାସିକ ‘ଡାକୋଟା’ ବିମାନ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଡାକୋଟା ବିମାନ ବୁଧବାର ଓଡ଼ିଶାକୁ ଫେରିଛି। କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ ଭୁବନେଶ୍ବରକୁ ୩ଟି ଲରିରେ ଡାକୋଟା ବିମାନକୁ ଅଣାଯାଇଛି। ଆସିବା ବାଟରେ ବିଭିନ୍ନ ସ୍ଥାନରେ ଡାକୋଟାକୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିବା ଦଖିବାକୁ ମିଳିଛି। ବିଜୁ ବାବୁଙ୍କ ଏହି ବିମାନକୁ ଦେଖି ସ୍ଥାନୀୟ ଯୁବକମାନେ ଉତ୍ସାହିତ ଥିଲେ।

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା । ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଅତିକ୍ରମ କରି ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Exit mobile version