Site icon ଆଜିକାଲି

ପିଏଚ୍‌ଡି କରିବେ ଦୀପା, ଓଡ଼ିଶାର ପ୍ରଥମ କିନ୍ନର ଭାବେ ରଚିବେ ଇତିହାସ

କଟକ : ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍ ଡି ପାଠ ପଢ଼ିବେ କଟକ ହରିପୁରର ଦିପା ସାହୁ । ପିଏଚ୍‌ଡି ଡିଗ୍ରୀ କରିବା ପାଇଁ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ନାମ ଲେଖାଇଛନ୍ତି ଦୀପା । ପିଲାଟି ବେଳରୁ ମେଧାବୀ ଛାତ୍ରୀ ରହି ଆସିଥିବା ଦୀପା ବିଭିନ୍ନ ସମୟରେ ସମାଜର ଉପହାସର ଶିକାର ହୋଇ ମଧ୍ୟ ନିଜର ଲକ୍ଷ୍ୟ ପଥରୁ ଓହ୍ଲାଇ ନଥିଲେ।

ଏମିତିକି ଗତ ୪ ବର୍ଷ ତଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ବାକ୍ ଶକ୍ତି ହରାଇ ମଧ୍ୟ ପାଠ ପଢ଼ିବାର ଇଚ୍ଛାକୁ ସେ ହରାଇନଥିଲେ । ବିଭିନ୍ନ ଘରୋଇ ସଂସ୍ଥାରେ କାମ କରିବା ସହ ବର୍ତ୍ତମାନ କଟକ ମହାନଗର ନିଗମ ଅଧୀନରେ ଠିକାରେ କାର୍ଯ୍ୟ କରୁଛନ୍ତି । ପ୍ରଥମ କିନ୍ନର ଭାବେ ଏହି ସଫଳତା ହାସଲ କରିଥିବା ହେତୁ ସମଗ୍ର କିନ୍ନର ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version