Site icon ଆଜିକାଲି

ଆଜି ୬ ଜିଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପ୍ରଚଣ୍ତ ତାତିରେ କଲବଲ ରାଜ୍ୟବାସୀ । ଆକାଶରୁ ହେଉଛି ନିଆଁ ବର୍ଷା। ଦିନ ବଢିବା ସହ ତାପମାତ୍ରା ଅସହ୍ୟ ହୋଇପଡୁଛି । ଦିନ ୧୨ଟା ବେଳକୁ ଶୂନଶାନ ହୋଇଯାଉଛି ରାସ୍ତାଘାଟ । ପରିସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଢହ ଢହ ଖରାରେ ସୁଝୁଛନ୍ତି ଲୋକେ । ତେବେ ଆଜି ମଧ୍ଯ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ଆଞ୍ଚିଳକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ସୋନପୁର, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ତାପମାତ୍ରା ବଢିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Exit mobile version