Site icon ଆଜିକାଲି

ହକି ବିଶ୍ୱକପ : ଆଜି ଓ୍ୱେଲ୍ସ ବିପକ୍ଷରେ ଭାରତର ମୁକାବିଲା

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପରେ ଦେଖିବାକୁ ମିଳିବ ଭାରତ-ଓ୍ବେଲସ୍ ମୁକାବିଲା । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଏହା ଭାରତର ହେବ ଶେଷ ମ୍ୟାଚ୍। ଏହି ମ୍ୟାଚ୍ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ। ଗ୍ରୁପ୍ ବିଜେତା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ।

ଗ୍ରୁପ ‘ଡି’ରେ ଭାରତ ଏବେ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ବି ଏହି ଗ୍ରୁପରୁ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଇଂଲଣ୍ଡ, ସ୍ପେନଠୁ ହାରିବାକୁ ପଡ଼ିବ । ଆଉ ଯଦି ଇଂଲଣ୍ଡ ସ୍ପେନକୁ ହରାଏ ତେବେ ଇଂଲଣ୍ଡ ଯେତିକି ଗୋଲ ସ୍କୋର କରିଥିବ, ଭାରତକୁ ଓ୍ୱେଲ୍ସ ବିପକ୍ଷରେ ଆଉ ୪ଟି ଅଧିକ ଗୋଲ ସ୍କୋର କରି ଜିତିବାକୁ ହେବ । ତେଣୁ ଭାରତ ପାଇଁ ଇଂଲଣ୍ଡ-ସ୍ପେନ ମ୍ୟାଚ ବେଶ ଗୁରୁତ୍ଵପୂର୍ଣ୍ଣ। ଭାରତ ଯଦି କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିନପାରେ, ତାହା ହେଲେ କ୍ରସଓଭର ମ୍ୟାଚ ଜିତିବାକୁ ହେବ ।

Exit mobile version