Site icon ଆଜିକାଲି

ନୟାଗଡ଼ରେ ହକି ବିଶ୍ୱକପ୍‌ ଟ୍ରଫିକୁ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି

ନୟାଗଡ଼ : ନୟାଗଡରେ ପହଞ୍ଚିଲା ହକି ବିଶ୍ବକପ୍ ଟ୍ରଫି । ଟ୍ରଫିକୁ ସ୍ବାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନୟାଗଡ ମହାବିଦ୍ୟାଳୟ ଠାରୁ ଛାତ୍ରମାନଙ୍କର ଏକ ମାରାଥନ୍ ବାହାରି ପୁରୁଣାସହରର ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯିବ । ପରେ ଜଗନ୍ନାଥ ମନ୍ଦିର ଠାରେ ଟ୍ରଫିକୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବର ପରେ ଟ୍ରଫିକୁ ସ୍ବାଗତ କରିବା ପାଇଁ ନୟାଗଡ ଜିଲ୍ଲାକୁ ପ୍ରଥମ ସୁଯୋଗ ମିଳିଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ସୂଚନା ଯେ, ସାରାଦେଶରେ ବୁଲିବା ପରେ ହକି ବିଶ୍ୱକପ ଟ୍ରଫି ଗତ ରବିବାର ଓଡ଼ିଶାରେ ପହଞ୍ଚିଥିଲା । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଟ୍ରଫିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଥିଲା। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିମାନବନ୍ଦର ରେ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ। ଭୁବନେଶ୍ଵରର ବିଭିନ୍ନ ସ୍ଥାନ ପରିକ୍ରମା କଲା ପରେ ରବିବାର ସନ୍ଧ୍ୟାରେ ନୟାଗଡ଼ ଅଭିମୁଖେ ଟ୍ରଫି ବାହାରିଥିଲା ।

Exit mobile version