Site icon ଆଜିକାଲି

ନୂଆଖାଇ ପାଇଁ ରବିବାର ସମ୍ବଲପୁର ଜିଲା ପୁଲିସଙ୍କୁ ଛୁଟି

ସମ୍ବଲପୁର: ଆସନ୍ତାକାଲି (ରବିବାର) ନୂଆଖାଇ। ଏହି ପର୍ବ ଉପଲକ୍ଷେ ସମ୍ବଲପୁର ପୁଲିସଙ୍କୁ ଛୁଟି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର ଜିଲା ପୁଲିସ ପାଇଁ ନୂଆଁଖାଇ ପର୍ବ ଉପଲକ୍ଷେ ଛୁଟି ଘୋଷଣା କରାଯାଇଛି। ନୂଆଖାଇ ପର୍ବ ଉପଲକ୍ଷେ ସମ୍ବଲପୁର ଜିଲା ପୁଲିସ ପାଇଁ ଛୁଟି ଘୋଷଣା କରାଯାଇଥିବା ନେଇସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଏସପି ମୁକେଶ କୁମାର ଭାମୁ କହିଛନ୍ତି ଯେ ଆସନ୍ତାକାଲି(ରବିବାର) ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ରହିଛି। ସମ୍ବଲପୁର ଜିଲା ପୁଲିସଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିବାରୁ ଆସନ୍ତାକାଲି ସେମାନେ ମୁତୟନ ହେବେନାହିଁ। ତେବେ ବିକଳ୍ପ ବ୍ୟବସ୍ଥା ସ୍ବରୁପ ପୁଲିସ ମୁଖ୍ୟାଳୟରୁ ଫୋର୍ସ ପହଞ୍ଚିବେ ବୋଲି ଏସପି ମୁକେଶ କୁମାର ଭାମୁ ପ୍ରକାଶ କରିଛନ୍ତି।

Exit mobile version