Site icon ଆଜିକାଲି

ଲ’ ପରୀକ୍ଷା ଦେବେ ହନିଟ୍ରାପ କ୍ୱିନ୍ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ଲ’ ପରୀକ୍ଷା ଦେବାକୁ କୋର୍ଟକୁ ଅନୁମତି ମାଗିଲେ ଅର୍ଚ୍ଚନା ନାଗ । ସେ ଇଣ୍ଟିଗ୍ରେଟେଡ୍ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ସେ ଜେଲ୍ ମାନୁଆଲ ଅନୁସାରେ ପରୀକ୍ଷା ଦେବେ । ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡ଼ିଛି ।

ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍ ଲ’ କରୁଥିଲେ । କିଛି ଦିନ ତଳେ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟ ଅନୁମତି ଦେଇଥିଲେ । ପରୀକ୍ଷା ପାଇଁ କୋର୍ଟରେ ଗତ ବୁଧବାର ଅନୁମତି ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ଅର୍ଚ୍ଚନାଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବ ବୋଲି ଓକିଲ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଅର୍ଚ୍ଚନା ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିବା କୁହାଯାଉଛି ।

ଏସବୁ ପ୍ରମାଣ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସେପଟେ ଡିଜିଟାଲ୍‌ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଫୋରେନସିକ ଲାବ୍‌କୁ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରିପୋର୍ଟ ମାଗିଛନ୍ତି। ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସେଣ୍ଟ୍ରାଲ ଫୋରେନସିକ ଲାବ୍‌କୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡ଼ିଛି।

Exit mobile version