Site icon ଆଜିକାଲି

ଲକ୍ଷ୍ମୀ କଂପ୍ଳେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପୁରୀ ଏସପି

ପୁରୀ : ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ। ମରୀଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଗତ ରାତିରେ ନିଆଁ ଲାଗିଯାଇଛି । ବୁଧବାର ରାତି ୮ଟାରୁ ନିଆଁ ଲାଗିଥିଲେ ବି ଏଯାବତ ସମ୍ପୂର୍ଣ୍ଣ ଲିଭି ନାହିଁ । ରାସ୍ତା ଅଣ ଓସାରିଆ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ହେଉଥିବା ସୂଚନା ମିଳିଛି । ରାତି ତମାମ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛି ।

ପ୍ରଥମ ମହଲାରୁ ଏବେ ଦ୍ବିତୀୟ ମହଲାକୁ ନିଆଁ ବ୍ୟାପିଛି । ଦ୍ବିତୀୟ ମହଲାରେ ବ୍ୟାଙ୍କ ଓ ଲୁଗା ଦୋକାନ ଜଳୁଛି । ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ୧୨ ଘଣ୍ଟା ହେବ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍। ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ୧୦ଟି ଦମକଳ ବାହିନୀ ଏବଂ ୨ଟି ଓଡ୍ରାଫ ଟିମ୍।

Exit mobile version