Site icon ଆଜିକାଲି

ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି: ୨୬ ସହରରେ ତାପମାତ୍ରା ୪୦ରୁ ଅଧିକ, ବୋୖଦ୍ଧ ସବୁଠୁ ଉତ୍ତପ୍ତ

heatwave.

ଭୁବନେଶ୍ୱର – ରାଜ୍ୟରେ ଆଜି ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୨୬ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ବୌଦ୍ଧ । ଏଠାରେ ଆଜିର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ହୋଇଥିବା ବେଳେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ନୂଆପଡ଼ା । ନୂଆପଡାରେ ତାପମାତ୍ରା ଥିଲା ୪୩.୯ ଡିଗ୍ରୀ ସେଲସିୟସ।

ବଲାଙ୍ଗୀରରେ ୪୩.୪, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ୪୩.୩ ଓ ଭବାନୀପାଟଣାରେ ପାରା ୪୩ ଡିଗ୍ରୀ ସେଲସିୟସ ରହିଛି। ବାରିପଦାରେ ୪୨.୮, ସମ୍ବଲପୁରରେ ୪୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜଧାନୀରେ ତାପମାତ୍ରା ପୁଣି ୪୦ ଉପରେ ରହିଛି। ରାଜଧାନୀର ତାପମାତ୍ରା ଆଜି ଥିଲା ୪୧.୬ ।

Exit mobile version