Site icon ଆଜିକାଲି

ବର୍ଷା ରେ ଭାଙ୍ଗିଲା ଘର,ସମସ୍ୟାରେ କ୍ଷତିଗ୍ରସ୍ତ ପରିବାର

କେନ୍ଦୁଝର, ଲଘୁଚାପ ଜନିତ ବର୍ଷାରେ ନୂଆଗାଁ ପଞ୍ଚାୟତରେ ବହୁ କ୍ଷୟକ୍ଷତି ଘଟିଛି।ପନି ପରିବା ସମେତ ଧାନ ଫସଲ ଏବଂ ବାସଗୃହ ଭାଙ୍ଗି ରୁଜି ଯାଇଛି।ଫଳରେ ସମସ୍ୟା ରେ କ୍ଷତିଗ୍ରସ୍ତ ପରିବାର ରହୁଛନ୍ତି।ବିସ୍ତାପାଳ ଗ୍ରାମର ଲକ୍ଷଣ ନାଏକ ଙ୍କ ଦୁର୍ବଳ ଘର ଟି ଲଗାଣ ବର୍ଷାରେ ଭାଙ୍ଗି ଯାଇଛି।ରୋଷେଇବାସ ଶୋଇବା ରହିବା ପାଇଁ ଦମ୍ପତି ସମେତ ପୁଅ ତିନି ପ୍ରାଣୀ ଏବେ ଭାରି ହଇରାଣ ହେଉଛନ୍ତି।ଲକ୍ଷ୍ମଣ ଅତି ଗରିବ ଶ୍ରେଣୀର ହୋଇଥିବା ରୁ ପକ୍କା ଘର ନିର୍ମାଣ କରିବାକୁ ସକ୍ଷମ ନୁହଁନ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଲକ୍ଷ୍ମଣ ଙ୍କ ନାମ ନାହିଁ।ଏଣୁ ସେ ଏହି ସୁବିଧା ରୁ ବଞ୍ଚିତ ହୋଇଛନ୍ତି।ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଯୋଜନାରେ ସମାଲି କରିବାକୁ ଲକ୍ଷ୍ମଣ ଦାବି କରିଛନ୍ତି।ହାତିକୁଚା ଗ୍ରାମର ସଂଙ୍ଗୀତା ପ୍ରିୟଦର୍ଶିନୀ ମହାନ୍ତ ଙ୍କ ଘର ଟି ଲଗାଣ ବର୍ଷାରେ କାନ୍ଥ ବତୁରିଯାଇ ଭାଙ୍ଗି ଯାଇଛି।କାନ୍ଥ ଟି ଫାଟି ଆଁ ହୋଇ ରହିଥିବାବେଳେ ବିପଦ ସଂଙ୍କୁଳ ଅବସ୍ଥା ପାଲଟି ଯାଇଛି।ମାତ୍ର ପରିବାର ସମସ୍ତେ ଏହି ଘରେ ରହୁଛନ୍ତି।ଅଳ୍ପ ବର୍ଷା ହେଲେ ଉପରୁ ଦରଦର ହୋଇ ପାଣି ଗଳୁଛି।ରୋଷେଇବାସ ଶୋଇବା ପାଇଁ ସମସ୍ତେ ଅସୁବିଧା ଭଗୁଛନ୍ତି।କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମଲି କରିବା ସହିତ ଆବାସ ପ୍ରଦାନ କରିବାକୁ ଦାବି ହୋଇଛି।

Exit mobile version