Site icon ଆଜିକାଲି

୨ଟି ପିକଅପ୍ ଭ୍ୟାନରୁ ବିପୁଳ ପରିମାଣର କଫସିରପ ଜବତ, ୨ ଗିରଫ

ବରଗଡ଼ : ୨ଟି ପିକଅପ୍ ଭ୍ୟାନରୁ ବିପୁଳ ପରିମାଣର କଫସିରପ ଜବତ କରିଛି ବରଗଡ଼ ପୋଲିସ। ବରଗଡ଼ ଟାଉନ ଥାନା ଗଣପତି ହୋଟେଲ ନିକଟରୁ ମଙ୍ଗଳବାର ଏହି କଫସିରପ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ପୁଲିସ ତନାଘନା ଜାରି ରଖି ଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇ ପାରିନାହିଁ । ଏହି ସବୁ କଫସିରପ କଟକରୁ ଆସୁଥିବା ପୁଲିସ ଜଣାପଡିଛି।

ପ୍ରକାଶ ଥାଉକି , ବରଗଡ଼ ଜିଲ୍ଲାରେ ଅବାଧରେ ନିଶା କାରବାର ବଢ଼ି ଚାଲିଛି । ଛତିଶଗଡ଼ରୁ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ବିପୁଳ ମାତ୍ରାରେ ଆସୁଛି ନିଶା ଇଞ୍ଜେକ୍ସନ ଓ କଫସିରପ । ଯୁବ ପିଢ଼ିଙ୍କୁ କବଳିତ କରି ନିଶା ବ୍ୟବସାୟରେ ମୁନାଫା ଖୋର ହେବାକୁ ଲାଗିଛନ୍ତି ବେପାରୀ । ଯାହାକୁ ଆଖି ଆଗରେ ରଖି ବରଗଡ଼ ଏସପି କଡା ପଦକ୍ଷେପ ନେଇଛନ୍ତି । ଆଜି ଏନେଇ ୩୦ ଜଣ କୋରେକ୍ଟ ବେପାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇନେଇ ବରଗଡ଼ ଏସସି ଅଫିସରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛନ୍ତି ।

Exit mobile version