Site icon ଆଜିକାଲି

ପାରିବାରିକ ବିବାଦ ମାମଲା, ଆଜି ଥାନାରେ ହାଜର ହେବେ ହ୍ୟୁମାନ୍‌-ଶ୍ରୀୟା

କଟକ : ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ୍‌ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ହ୍ୟୁମାନଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରୀୟା। ଆପୋଷ ସମାଧାନ ନେଇ ଉଭୟ ନେଇଥିଲେ ସମୟ।

ସୂଚନା ଯେ, ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ୍‌ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିବାର ଉଲ୍ଲେଖ କରିଥିଲେ । ଏପିରିକି ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନ ନିର୍ଯ୍ୟାତନା ଦେଉଥିବା ମଧ୍ୟ କହିଥିଲେ ଶ୍ରୀୟା । ଶ୍ରୀୟାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗର । ସେ କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲେ ୮ ବର୍ଷ କେମିତି ସହୁଥିଲେ । ତଥାପି ଏବେବି ସେ କମ୍ପ୍ରମାଇଜ କରିବା ମୁଡରେ ଅଛନ୍ତି । ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବି । ତାପରେ ଘଟଣା ସ୍ପଷ୍ଟ ହେବ ।

Exit mobile version