Site icon ଆଜିକାଲି

ପୋଖରୀରୁ ମିଳିଲା ବସ୍ତାରେ ଭର୍ତ୍ତି ନରକଙ୍କାଳ, ହତ୍ୟା ସନ୍ଦେହ

ସିଂଲା : ବାଲେଶ୍ବର ଜିଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ନରକଙ୍କାଳ ଉଦ୍ଧାର । ଏହି ନରକଙ୍କାଳ ବସ୍ତାରେ ଭର୍ତ୍ତି ହୋଇଥିବା ବେଳେ ଉଦ୍ଧାର କରାଯାଇଛି । ବସ୍ତାରେ ମଣିଷ ଖପୁରୀ ଓ ହାଡ ଥିବାର ଦେଖିବାକୁ ମିଳିଛି । ମାଛ ଧରିବା ପାଇଁ ପୋଖରୀ ଶୁଖାଇବା ବେଳେ ଏହି ନରକଙ୍କାଳ ଉଦ୍ଧାର ହୋଇଛି ।

ସୂଚନା ଯେ, ଶନିବାର ସକାଳ ସମୟରେ ସିଂଲା ଥାନା ପାଣିଶୁଳିଆ ଗ୍ରାମର ଆଦିକନ୍ଦ ଦୋଳି ନାମକ ବ୍ୟକ୍ତି ଦୁରୁଣ୍ଡି ଖାଲକୁ ମାଛ ଧରିବାକୁ ଯାଇଥିଲା ବେଳେ ବସ୍ତାଟି ମୁହଁ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସେ ବସ୍ତା ମୁହଁ ଖୋଲିବାରୁ ସେଥିରୁ ମଣିଷ ଖପୁରୀ ଓ ହାଡ଼ ଥିବା ଦେଖିବାକୁ ପାଇଥିଲେ । ସେ ସଂଗେ ସଂଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ସିଂଲା ପୋଲିସକୁ ଖବର ଦିଆଯାଇଥିଲା । ତେବେ କେହି ଦୁର୍ବୃତ୍ତ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version