Site icon ଆଜିକାଲି

ସ୍ତ୍ରୀକୁ ହାଣି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଭଦ୍ରକ ଧାମନଗରର ମୋଲନ ସାହିର ଘଟଣା ।

ସୂଚନା ଯେ, ଗାଁର ଭାସ୍କର ସାମଲଙ୍କର ନିଜ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଥିଲା । କିଛି ମାସ ସମାଧାନ ହୋଇଥିଲା । ତେବେ ମଙ୍ଗଳବାର ସକାଳେ ସ୍ବାମୀ ଭାସ୍କର ସାମଲଙ୍କ ମୃତଦେହ ଘର ନିକଟରୁ ପ୍ରାୟ ୫ଶହ ମିଟର ଦୂରରେ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଏପଟେ ତାଙ୍କ ଘରେ ତାଲା ପଡିଥିଲା ଓ ସସ୍ମିତାଙ୍କ ବିଷୟରେ କୌଣସି ଖବର ନମିଳିବାରୁ, ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ସସ୍ମିତା ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଛି ଓ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପାରିବାରିକ କଳହ ପାଇଁ ହୋଇଥିବା କୁହାଯାଉଛି।

Exit mobile version