Site icon ଆଜିକାଲି

ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗୀର: ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଦାବରୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ସ୍ତ୍ରୀଙ୍କ ନାମ ଚନ୍ଦ୍ରକଳା ମଲ୍ଲିକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କିଡନି ରୋଗରେ ପଡିଥିଲେ ସ୍ତ୍ରୀ । ହେଲେ ରୋଗରେ ପଡ଼ି ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହାପରେ ସ୍ବାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷ ଜମିରେ ଥିବା ଏକ ଗଛରେ ଗାମୁଛା ଲଗାଇ ସ୍ବାମୀ ଗୋଧନ ମଲ୍ଲିକ ଆତ୍ମହତ୍ୟା କରିଛନ୍ତି । କିଡ଼ନୀ ରୋଗରେ ଆକ୍ରାନ୍ତି ସ୍ତ୍ରୀ ଚିକିତ୍ସିତ ହେଉଥିଲେ । ତେବେ ରାତିରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ଵାମୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି ।

Exit mobile version