Site icon ଆଜିକାଲି

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗାଁରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ । ହତ୍ୟା କରିଥିବା ସ୍ୱାମୀ ଚନ୍ଦ୍ରକାନ୍ତ ବେହେରଦଳାଇ ଏବଂ ତାଙ୍କ ସ୍ତ୍ରୀ ମଧୁମତି ବେହେରଦଳାଇ ବୋଲି ଜଣାପଡ଼ିଛି । ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି ।

ସୂଚନା ମୁତାବକ, ଚନ୍ଦ୍ରକାନ୍ତ ଏବଂ ତାଙ୍କ ସ୍ତ୍ରୀ ମଧୁମତିଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ହେଲେ ଶେଷରେ ଏହି ଝଗଡ଼ା ସବୁ ସୀମା ଡେଇଁ ଗଲା । କ୍ରୋଧରେ ଆସି ନିଜ ସ୍ତ୍ରୀର ଗଳା କାଟି ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ ଚନ୍ଦ୍ରକାନ୍ତ । ଏହି ସମୟରେ ମଧୁମତି ଯନ୍ତ୍ରଣାରେ ଚିତ୍କାର କରି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ପାରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମଧୁମତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହା ସହ ହତ୍ୟାକାରୀ ସ୍ୱାମୀ ଚନ୍ଦ୍ରକାନ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version