Site icon ଆଜିକାଲି

ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ଆନନ୍ଦପୁର : କେନ୍ଦୁଝର ଜିଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ଘରୋଇ କଳହକୁ ନେଇ ସ୍ତ୍ରୀକୁ ପନିକି ରେ ହାଣି ହତ୍ୟା କଲା ରାକ୍ଷସ ସ୍ୱାମୀ। ହତ୍ୟାକାରୀକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

ସୂଚନା ଯେ, ଗାଁର ଅଭୟ ରାଉତ ନିଜ ସ୍ତ୍ରୀ ତୁଳସୀକୁ ମଦ୍ୟପାନ କରି ଅନେକ ସମୟରେ ମାରଧର କରୁଥିବା ବେଳେ ଆଜି ସକାଳୁ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭୟ ଏକ ପନିକିରେ ସ୍ତ୍ରୀ ତୁଳସୀ କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତୁଳସୀର ମୃତ୍ୟୁ ହୋଇଯାଇଛି। ଖବର ପରେ ସୋସୋ ପୋଲିସ ଅଭୟକୁ ଅଟକ ରଖି ତଦନ୍ତ ଚଳାଇଛି।

Exit mobile version