Site icon ଆଜିକାଲି

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା; ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା। ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା । ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଯେ, ଡମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବିବାହ କରିଥିଲେ । ହେମନ୍ତ ଗୋଆକୁ କାମ କର କରିବାକୁ ଯାଇ ହୋଲି ସମୟରେ ଘରକୁ ଫେରିଥିଲେ । ଘରେ ସ୍ତ୍ରୀ ଶାଶୁ ଏବଂ ନଣନ୍ଦଙ୍କ ସହିତ ରହୁଥିଲା । ହେମନ୍ତ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାର ଠାରୁ ଅଲଗା ହୋଇ ରହୁଥିଲେ। ମଙ୍ଗଳବାର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ହେମନ୍ତ ରାଗି ଯାଇ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଛି । ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

Exit mobile version