Site icon ଆଜିକାଲି

ରାସ୍ତା ମଝିରେ ସ୍ତ୍ରୀକୁ ଛୁରାମାଡ଼ କଲା ସ୍ୱାମୀ, ଡାକ୍ତରଖାନାରେ ଭର୍ତ୍ତି

ରାୟଗଡ଼ା : ଘରୋଇ ଝଗଡ଼ାର କରୁଣ ପରିଣତି । ରାସ୍ତା ମଝିରେ ସ୍ତ୍ରୀକୁ ଛୁରାମାଡ଼ କଲା ସ୍ୱାମୀ । ଧାରୁଆ ଛୁରୀରେ ପେଟ ଓ ଛାତିକୁ ଆକ୍ରମଣ କଲା ନୃଶଂସ ସ୍ବାମୀ । ରାୟଗଡ଼ା ସହରର ନଦୀଖଣ୍ଡ ସାହିରେ ଏହି ଅଘଟଣ ଘଟିଛି । ସ୍ତ୍ରୀକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଘର ଭିତରେ ଝଗଡ଼ା ହୋଇ ଦାଣ୍ଡ ବାହାରକୁ ଆସି ପୁଣି ପାଟିତୁଣ୍ଡ କରୁଥିଲେ । ଏତିକି ବେଳେ ସ୍ବାମୀ ସ୍ତ୍ରୀକୁ ଛୁରା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ସ୍ତ୍ରୀ ଗୁରୁତର ଅବସ୍ଥାର ଚିତ୍କାର କରୁଥିବା ବେଳେ ସାହି ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଛି ।

Exit mobile version