Site icon ଆଜିକାଲି

ଦାଦନର ସାଂଘାତିକ ଚିତ୍ର ! ସ୍ତ୍ରୀର ମୃତଦେହ ଧରି ୪୦ କିଲୋମିଟର ଚାଲିଲେ ସ୍ୱାମୀ

କୋରାପୁଟ : ଦାନା ମାଝି ଘଟଣାର ପୁନରାବୃତ୍ତି । ସ୍ତ୍ରୀର ମୃତ ଦେହ ଧରି ଚାଲି ଚାଲି ବାହାରିଲେ ଭିଟାମାଟି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟାଙ୍ଗି ବ୍ଳକ୍ ଅମ୍ପାବାଲି ପଞ୍ଚାୟତର ସୋରଡ଼ା ଗ୍ରାମରେ ।

ସୋରଡ଼ା ଗ୍ରାମର ଗୋଟିଏ ଦମ୍ପତ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଯାଇଥିଲେ । ୩ ଦିନ ତଳେ ସ୍ତ୍ରୀର ସ୍ଵାସ୍ଥ୍ୟ ଅସୁସ୍ଥ ହେବାରୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ନିଜ ଭିଟାମାଟିକୁ ସ୍ତ୍ରୀର ମୃତଶରୀର ଆଣିବାକୁ ନଥିଲା ପାଖରେ ସମ୍ବଳ । ଶେଷରେ ଅନ୍ୟ ଉପାୟ ନପାଇ ନିଜ କାନ୍ଧରେ ବୋହି ଚାଲି ଚାଲି ବାହାରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଆନ୍ଧ୍ର ପ୍ରଦେଶର ବିଜୟନଗରମ ନିକଟରେ ପୋଲିସ ଦେଖି ଅଟକାଇବା ପରେ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ମାନବିକତା ଦେଖାଇଲା ପୋଲିସ । ଆମ୍ବୁଲାନ୍ସ ଯୋଗାଡ଼ କରି ସୋରଡ଼ା ଗ୍ରାମକୁ ପଠାଇବା ବ୍ୟବସ୍ଥା କରିଥିଲେ ଆନ୍ଧ୍ର ପୋଲିସ ।

Exit mobile version