Site icon ଆଜିକାଲି

ରାଜ୍ୟରେ ହାଇବ୍ରିଡ ଇମ୍ୟୁନିଟି ବଢିଛି, କୋଭିଡ ସ୍ଥିତି ଜଟିଳ ହେବ ନାହିଁ 

ଭୁବନେଶ୍ୱର : ରାଜ୍ୟରେ ହାଇବ୍ରିଡ ଇମ୍ୟୁନିଟି ବଢ଼ିଛି । ତେଣୁ କୋଭିଡ ସ୍ଥିତି ଜଟିଳ ହେବ ନାହିଁ। ରାଜ୍ୟ ସରକାରଙ୍କ କୋଭିଡ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି। ସରକାର ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କୋରୋନାର ନୂଆ ଭାରିଆଣ୍ଟ ନେଇ ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରାଯାଉଛି। ସରଞ୍ଜାମ ମହଜୁଦ ରହିଛି ବୋଲି ରାଜ୍ୟ ସରକାର କହିଛନ୍ତି। ଗତ ସପ୍ତାହରେ ଦେଶରେ ଦୈନିକ କୋରୋନା ସଂକ୍ରମଣ ୨ ଶହ ତଳେ ଅଛି । ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ରାଜ୍ୟ ସରକାର କହିଛନ୍ତି।

Exit mobile version