Site icon ଆଜିକାଲି

ଟୁଇଟ କରି ନିଜ ସଂଘର୍ଷର କାହାଣୀ ଲେଖିଲେ ଆଇଏଏସ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ

ଭୁବନେଶ୍ୱର : ଟ୍ବିଟ କରି ନିଜ ସଂଘର୍ଷ କାହାଣୀ ଲେଖିଲେ ଆଇଏଏସ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ। ବର୍ଷ ବର୍ଷ ସଂଘର୍ଷର ସଫଳତା ଏମିତି ମିଳେ ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୧୭ ମସିହାରୁ ଆରମ୍ଭ କରିଥିଲେ ୟୁପିଏସସିର ପ୍ରସ୍ତୁତି। ୨୦୨୧ରେ ଅଲ ଇଣ୍ଡିଆ ୪୮୫ରାଙ୍କ ପାଇଥିଲେ ଏବେ ୨୦୨୪ରେ ସର୍ବଶ୍ରେଷ୍ଠ ଅର୍ଥାତ ଅଲ ଇଣ୍ଡିଆ ରାଙ୍କ ୧ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ ।

ସୂଚନା ଯେ, ଆଜି ୟୁପିଏସସି ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଓଡିଆ ପୂଅ ଅନିମେଶ ପ୍ରଧାନ । ତୃତୀୟ ରାଙ୍କରେ ରହିଛନ୍ତି ଡି. ଅନନ୍ୟା ରେଡ୍ଡୀ । ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆର୍ଥିକ ପଛୁଆ ବର୍ଗରେ ୧୧୫ ଜଣ ରହିଛନ୍ତି । ସାଧାରଣ ବର୍ଗରେ ୩୪୭ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Exit mobile version