Site icon ଆଜିକାଲି

ଓଆରଏଚଡିସି ଦୁର୍ନୀତିର ଆଉ ଏକ ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ଵର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ୫୦ହଜାର ଟଙ୍କା ଜରିମାନା ଦେବାକୁ ବି ଆଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ୬ମାସ ଅଧିକ ଜେଲ ଦଣ୍ଡ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଜାଲ କାଗଜପତ୍ର ମାଧ୍ୟମରେ ଋଣ ଦେବା ଘଟଣାରେ ଏହି ଜେଲ ଦଣ୍ଡାଦେଶ ହୋଇଛି ।

ବିନୋଦ କୁମାରଙ୍କ ସମେତ ସ୍ୱସ୍ତି ରଞ୍ଜନ ମହାପାତ୍ର, ପ୍ରଦୀପ ରାଉତ, ସତ୍ୟ ପ୍ରକାଶ ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ଓ ମନୋରଞ୍ଜନ ନାୟକଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ପୂର୍ବରୁ ଓଏଚଆରଡିସି ଦୁର୍ନୀତି ସଂପର୍କିତ ଅନ୍ୟ ୫ଟି ମାମଲାରେ ବିନୋଦ କୁମାରଙ୍କୁ ଦଣ୍ଡାଦେଶ ହୋଇସାରିଛି । ବିନୋଦ କୁମାର ୨୦୦୦ରେ ୨୦୦୧ ଯାଏ ଓଡିଶା ରୁରାଲ ହାଉସିଂ ଡେଭଲେପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଥିଲେ ।

ସେତେବେଳେ ସେ ମେସର୍ସ ରଶ୍ମୀ ମାସ୍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଡେଟକୁ ୨୧ ଲକ୍ଷ ୩୫ ହଜାର ଟଙ୍କାର ଗୃହ ଋଣ ଯୋଗାଇଥିଲେ । ତେବେ ଏହି ଋଣ ମଞ୍ଜୁର ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଜଣାପଡିଥିଲା । ଋଣ ପ୍ରକ୍ରିୟାରେ ଜାଲ ନଥି ଦାଖଲ କରାଯାଇଥିବାବେଳେ ଯେଉଁ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର ହୋଇଥିଲା ତା ବଦଳରେ ଅନ୍ୟ ଏକ ପ୍ରକଳ୍ପ କରାଯାଇଥିଲା ।

Exit mobile version