Site icon ଆଜିକାଲି

ପ୍ରକାଶ ପାଇଲା ଆଇସିଏସ୍ଇ ୧୦ମ, ଆଇଏସସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଇସିଏସ୍ଇ ଦଶମ ଓ ଆଇଏସସି ଦ୍ବାଦଶ ଶ୍ରେଣୀ ୨୦୨୩ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି | ଏହି ବର୍ଷ ଦଶମ ଶ୍ରେଣୀରେ ୯୭.୯୪% ଛାତ୍ରଛାତ୍ରୀ ପାସ୍ କରିଛନ୍ତି | ଏମାନଙ୍କ ମଧ୍ୟରେ ୯୯.୨୧% ଛାତ୍ରୀ ଏବଂ ୯୮.୭୧% ଛାତ୍ର।

ସିଆଇଏସସିଇ ୱେବସାଇଟ୍ http://cisce.org ଅବା http://results.cisce.org ରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଯାଞ୍ଚ କରିପାରିବେ ।

ସିଆଇଏସସିଇ କହିଛି ଯେ, ଯଦି କୌଣସି ଛାତ୍ର/ଛାତ୍ରୀଙ୍କ ରେଜଲ୍ଟ ନେଇ କିଛି ଆପତ୍ତି ଥାଏ କିମ୍ବା ସେମାନେ ନିଜ ମାର୍କରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।

Exit mobile version