Site icon ଆଜିକାଲି

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

?????????????????????????????????????????????????????????

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଆଇସିଏସଇ ପରୀକ୍ଷା ଫଳ । ଅପରାହ୍ଣ ୩ଟାରେ ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । କାଉନସିଲ୍ ଫର ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ବୋର୍ଡ ପକ୍ଷରୁ ନୂଆ ଦିଲ୍ଲୀରେ ଏହି ପରୀକ୍ଷା ଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀମାନେ ସିଆଇଏସଇ ଡଟ୍ ଓଆରଜି ଏବଂ ରିଜଲଟସ୍ ଡଟ୍ ସିଆଇଏସ୍ଇ ଡଟ୍ ଓଆରଜି ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ ।

ଚଳିତ ବର୍ଷ ଦେଶର ପ୍ରାୟ ୨ ଲକ୍ଷ ୪୦ ହଜାର ପିଲା ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଏପଟେ ଓଡିଶାରେ ୯ ହଜାର ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଓ ୬ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଗତ ଫେବୃୟାରୀ ୨୭ରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହୋଇଥିଲା ।

Exit mobile version