Site icon ଆଜିକାଲି

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡକଲ ଡେପୁଟି ମ୍ୟାନେଜର ଗିରଫ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ତାଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ରହିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଗତ ୨୦ ତାରିଖରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରାଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ। ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ଗତକାଲି ମିଳିଥିଲା ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଏହା ହେଉଛି ଚତୁର୍ଥ ସର୍ବାଧିକ ଜବତ ନଗଦ ଟଙ୍କା। ଏହାଛଡା ୧ କେଜି ୮୩ ଗ୍ରାମ ସୁନା ଓ ୬ କେଜି ରୂପା ବି ଚଢ଼ାଉ ବେଳେ ମିଳିଛି । ତାଙ୍କ ଆକାଉଣ୍ଟରେ ରହିଛି ୪ କୋଟି ୧୯ ଲକ୍ଷ ଟଙ୍କା ।

Exit mobile version