ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ସିଟ୍ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ହେଲେ ଯୁକ୍ତ ୨ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଯେଉଁ ଜିଲାରେ ଆବଶ୍ୟକ ପଡିବ, ସିଟ୍ ବୃଦ୍ଧି କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। କୋଭିଡ ଢାଞ୍ଚା ବଦଳିବ। ଏ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚିନ୍ତା ବଢିଛି। ସବୁ ପିଲା ଯୁକ୍ତ ଦୁଇ ସିଟ୍ ନ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

May 20, 2023
0 Comment
16 Views
ଆବଶ୍ୟକ ପଡିଲେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ : ଗଣଶିକ୍ଷା ମନ୍ତ୍ରୀ
by Editor
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ସିଟ୍ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ହେଲେ ଯୁକ୍ତ ୨ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଯେଉଁ ଜିଲାରେ ଆବଶ୍ୟକ ପଡିବ, ସିଟ୍ ବୃଦ୍ଧି କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। କୋଭିଡ ଢାଞ୍ଚା ବଦଳିବ। ଏ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା... Read More