Site icon ଆଜିକାଲି

ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଆସନ୍ତା ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର : ଏଣିକି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଚଳିତ ମାସ ୧୫ ତାରିଖରୁ ଚାଲାଣ କଟିବ। ନୂଆ ନମ୍ବର ପ୍ଲେଟ ନଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିବ । ଅତିରିକ୍ତ ପରିବହନ କମିଶନର (ଏନ୍‌ଫୋର୍ସମେଣ୍ଟ୍) ଲାଲ ମୋହନ ସେଠୀ ଏ ନେଇ ପ୍ରେସ ରିଲିଜ ଜାରି କରିଛନ୍ତି। ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ଳପଞ୍ଜୀକୃତ ହୋଇଥିବା ଗାଡ଼ି ତଥା ଯେଉଁ ଗୁଡ଼ିକର ଶେଷ ନମ୍ବର ୧,୨,୩,୪,୫ ଓ ୬ରେ ଶେଷ ହୋଇଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ -ଏଚଏସଆରପି ଲାଗି ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ। ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ସମୟସୀମା ଶେଷ ହୋଇଯାଇଛି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିଗୁଡ଼ିକୁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା ।

ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଓ ରେଜିଷ୍ଟ୍ରେସନ୍ ନମ୍ବର ୭ ଏବଂ ୮ରେ ଶେଷ ହେଉଥିବା ଗାଡ଼ିଗୁଡ଼ିକରେ ଏଚଏସଆରପି ଲଗାଇବାର ଶେଷ ତାରିଖ ହେଉଛି ଜାନୁଆରୀ ୩୧। ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ିଗୁଡିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨୮। ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ିଗୁଡ଼ିକର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଯାଞ୍ଚ କରାଯିବ।

Exit mobile version