Site icon ଆଜିକାଲି

ଏଣିକି ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର

ଭୁବନେଶ୍ୱର : ମଦ୍ୟପ ଗାଡ଼ି ଚାଳକ ସାବଧାନ । ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଆଜିଠାରୁ ଏହି ବଡ଼ ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ।

ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର କହିଛନ୍ତି ଯେ, ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ । ଧରାପଡ଼ିଲେ କେବଳ ଜରିମାନା ଆଦାୟ କରାଯିବ ନାହିଁ ବରଂ ଆଇନ୍‌ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Exit mobile version