Site icon ଆଜିକାଲି

ଏଣିକି ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଁଚିବା ପରେ ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ସତର୍କ ରହିବା ଲାଗି ଲୋକଙ୍କୁ ଅପିଲ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଲୋକେ ସତର୍କ ରୁହନ୍ତୁ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଜେଏନ.୧ । ଏବେ ଦେଶର ୮ ରାଜ୍ୟକୁ ମାଡ଼ିଗଲାଣି । ଏପର୍ଯ୍ୟନ୍ତ ଦେଶରେ ଜେଏନ.୧ ଭାରିଆଣ୍ଟରେ ୧୦୯ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ମୋଟ୍ ୫୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୪ ହଜାର ୯୩ ମାମଲା ରହିଛି । କେବଳ ଗୁଜରାଟରେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩୬ ଆକ୍ରାନ୍ତ । ସେହିପରି କର୍ଣ୍ଣାଟକରେ ୩୪, ଗୋଆରେ ୧୪, ମହାରାଷ୍ଟ୍ର ୯, କେରଳରେ ୬, ରାଜସ୍ଥାନରେ ୪, ତାମିଲନାଡୁ ଓ ତେଲଙ୍ଗାନାରେ ୨ଜଣ ଲେଖାଏଁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୨ ଜଣ କର୍ଣ୍ଣାଟକର ଏବଂ ଜଣେ ଗୁଜରାଟର ବୋଲି ଜଣାପଡିଛି । କର୍ଣ୍ଣାଟକରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଘରେ ୭ ଦିନ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି ।

Exit mobile version