Site icon ଆଜିକାଲି

ବେଆଇନ ମଦ କାରବାର : ୨୬୦୬ ଜଣ ଗିରଫ, ୨.୩୭ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର : ରାଜ୍ୟରୁ ବେଆଇନ ମଦ କାରବାରକୁ ମୂଳପୋଛ କରିବା ପାଇଁ ଗତ ଅଗଷ୍ଟ ୨୦ତାରିଖରୁ ରାଜ୍ୟରେ ଦୀର୍ଘତମ ଚଢ଼ାଉ ଅଭିଯାନରେ ଆଜି ସୁଦ୍ଧା ୨୬୦୬ଜଣ ଲୋକଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରୁ ବେଆଇନ ମଦ କାରବାରକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିବା ସହ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଜାରି କରିଛନ୍ତି ।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୨୦ତାରିଖରୁ ଜାରି ରହିଥିବା ଚଢ଼ଉ ଅଭିଯାନରେ ଏପର୍ଯ୍ୟନ୍ତ ୧୯୦୨ଟି ସ୍ଥାନରେ ଚଢ଼ଉ କରି ୨୬୦୬ଜଣଙ୍କୁ ଗିରଫ କରାଯାଇଛି । ପ୍ରାୟ ୨.୩୭ଲକ୍ଷ ଲିଟର ମଦ ଜବତ କରଯାଇଛି । ଏହାସହିତ ମଦ କାରବାରରେ ଉପଯୋଗ ହେଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଜବତ କରାଯାଇଛି ।

Exit mobile version